ଓଡ଼ିଶାଲାଇଭ୍ ବ୍ୟୁରୋ

ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ଦିନ ଉତ୍ତରପ୍ରେଦଶରେ ପହଞ୍ଚି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସେ ବୁଡ଼ ପକାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ସ୍ଵତନ୍ତ୍ର ବିମାନ ଯୋଗେ ପ୍ରୟାଗରାଜରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ କରିଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେଠାରୁ ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମଠାରେ ପହଞ୍ଚିଥିଲେ। ରାଷ୍ଟ୍ରପତି ସେଠାରେ ବିଦେଶାଗତ ପକ୍ଷୀଙ୍କୁ ଦାନା ଦେବା ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିବେଣୀ ସଙ୍ଗମରେ ସ୍ନାନ ସାରିବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥିଲେ। ପରେ ହନୁମାନ ମନ୍ଦିର ସହ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଆଜି ରାଷ୍ଟ୍ରପତିଙ୍କର ଡିଜିଟାଲ ମହାକୁମ୍ଭ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Tags: #DroupadiMurmu #MahakumbhaMela #UttarPradesh #Prayagraj #HolyDip

Comment