ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଉତ୍ତରପ୍ରଦେଶ ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସେକ୍ଟର-୭ସ୍ଥିତ କଳାଗ୍ରାମ ମଞ୍ଚରେ ହିନ୍ଦୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ବିଶିଷ୍ଟ କବି ତଥା ଗୀତିକାର ବୁଦ୍ଧିନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ। ନିମନ୍ତ୍ରିତ କବି ଭାବେ ଯଶ ମାଲବୀୟ, ପ୍ରୀତା ବାଜପେୟୀ, ରଚନା ସକ୍ସେନା ଏବଂ ବନ୍ଦନା ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ। ସାହିତ୍ୟ ଏକାଡେମୀର ସଚିବ କେ ଶ୍ରୀନିବାସ ରାଓ ସ୍ୱାଗତ ଭାଷଣରେ କହିଥିଲେ, “ତ୍ରିବେଣୀ ସଙ୍ଗମରେ ପବିତ୍ର ସରସ୍ୱତୀ ଏବେ ଏକ ନଦୀ ଭାବରେ ବିଲୁପ୍ତ, କିନ୍ତୁ ତାଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ଏବେ ବି ଆମର ସ୍ରଷ୍ଟାଙ୍କ କଲମରୁ ଅବିଚ୍ଛିନ୍ନ ଭାବରେ ପ୍ରବାହିତ ହେଉଛି।”

ବିଶିଷ୍ଟ କବି ବୁଦ୍ଧିନାଥ ମିଶ୍ର ନିଜତ ଅଭିଭାଷଣରେ ଚାରୋଟି କୁମ୍ଭ ଏବଂ ବାରଟି କୁମ୍ଭର ବୈଶିଷ୍ଟ୍ୟ ବର୍ଣ୍ଣନା କରିଥିଲେ। ସେ କହିଥଲେ, ଏଭଳି ଜନସମାଗମ ଆମ ଧାର୍ମିକ ବିଶ୍ୱାସ ସହିତ ସାମାଜିକ ଓ ସାଂସ୍କୃତିକ ଚିନ୍ତାଧାରାର ଉନ୍ନତିକୁ ରେଖାଙ୍କିତ କରେ। ଏପରି ଏକ ଐତିହାସିକ ଅବସରରେ ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କବି ସମ୍ମିଳନୀ ବେଶ ଅର୍ଥପୂର୍ଣ୍ଣ ଏବଂ ଉପଯୋଗୀ। ଏହି ଅବସରରେ ସେ ଗଙ୍ଗା ଉପରେ କେନ୍ଦ୍ରିତ ଅନେକ ଗୀତ ଉପସ୍ଥାପନ କରିଥିଲେ।

ପ୍ରସିଦ୍ଧ ଗୀତିକାର ଯଶ ମାଲବ୍ୟ ‘ଗଙ୍ଗା ମା’ ମନ ହି ମନ ବୋଲ ରହି ହେ’ ଶୀର୍ଷକ ଗୀତ ସହିତ କେତୋଟି ଦୋହା ଶୁଣାଇଥିଲେ। ବନ୍ଦନା ଶୁକ୍ଳା ପ୍ରୟାଗରାଜଙ୍କୁ ସମର୍ପିତ ଏକ ଗୀତ ଏବଂ ଗଜଲ ପାଠ କରିଥିଲେ। ରଚନା ସକ୍ସେନା ଦେବୀ ଶାରଦାଙ୍କ ସ୍ତୁତି ପାଠ କରିବା ସହ କୁମ୍ଭମେଳା ଏବଂ ଭଗବାନ ରାମଙ୍କ ପ୍ରତି ଉତ୍ସର୍ଗୀକୃତ ରଚନା ପାଠ କରିଥିଲେ। ପ୍ରୀତା ବାଜପେୟୀ କୁମ୍ଭ ଉପରେ ଗୀତ ଏବଂ ଗଜଲ ଉପସ୍ଥାପନ କରିଥିଲେ।

ବିଜୟାନନ୍ଦ ଏବଂ ଅଜୟ ମାଲବ୍ୟଙ୍କ ସମେତ ବହୁ ବିଶିଷ୍ଟ ଲେଖକ ଏବଂ କବି ସମାବେଶରେ ଉପସ୍ଥିତ ଥିଲେ।

Tags: #HindiPoetSeminar #MahakumbhMela #Prayagraj #KendraSahityaAcademy

Comment