ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମହାଶିବରାତ୍ରିରେ ମନ୍ଦିରରେ ରାତି ୧୦ଟା ବେଳେ ମହାଦୀପ ଉଠିବ। ଏନେଇ ମଙ୍ଗଳବାର ମନ୍ଦିରରେ ହୋଇଥିବା ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି। ଏହାସହ ମହାଶିବରାତ୍ରିରେ ମନ୍ଦିରରେ ହେବାକୁ ଥିବା ଅନ୍ୟାନ୍ୟ ନୀତିର କାର୍ଯ୍ୟସୂଚୀ ଜାରି କରାଯାଇଛି।

ମହାଶିବରାତ୍ରି ପାଇଁ ପୂର୍ବ ରାତ୍ର ୨ଟା ୩୦ ମିନିଟରେ ମନ୍ଦିର ଲିଙ୍ଗରାଜ ଦ୍ୱାର ଖୋଲିବ। ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବାପରେ ଭୋର ୩ ଟା ୧୦ରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ମହାଶିବରାତ୍ରିକୁ ଜାକଜମକରେ ପାଳନ କରିବା ପାଇଁ ମନ୍ଦିର ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବୈଠକରେ ସ୍ଥିର କରାଯାଇଛି।

ମହାଶିବରାତ୍ରିରେ ମନ୍ଦିର ତଥା ଭୁବନେଶ୍ଵର ସହରରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ। ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇ ସମଗ୍ର ଅଞ୍ଚଳରେ ନଜର ରଖାଯିବ।

Tags: #Mahashivratri #LingarajTemple #Culture #Bhubaneswar #Odisha

Comment