ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କାର୍ଯ୍ୟରତ  ବ୍ୟାଙ୍କ ମିତ୍ର, ଏମ୍‌ବିକେ, ସିଆରପି ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଘୋଷଣା ହୋଇଛି। ସେମାନଙ୍କ ପ୍ରାୟ ୧୦ ମାସର ବକେୟା ପାରିଶ୍ରମିକ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ଵାରା ରାଜ୍ୟର ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ।

କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ତୃଣମୂଳ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଛନ୍ତି। ଓଡ଼ିଶାରେ ୨୦୨୪ ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ସରକାର ବଦଳିବା ପରେ ସେମାନଙ୍କୁ ପାରିଶ୍ରମିକ ମିଳିବା ବନ୍ଦ ହୋଇଯାଇଥିଲା।

ପୂର୍ବେ ହଜାର ହଜାର ମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ନିଜର ବକେୟା ପାରିଶ୍ରମିକ ପାଇଁ  ଭୁବନେଶ୍ଵରରେ ଆନ୍ଦୋଳନ ମଧ୍ୟ କରିଥିଲେ। ସେତେବେଳେ ରାଜ୍ୟ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Tags: #CommunitySupportStaff #Dues #Remuneration #OdishaGovt

Comment