ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନଷ୍ଟ ହେବ ନାହିଁ ଚାଷୀଙ୍କର ଉତ୍ପାଦ। ରାଜ୍ୟର ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ମନ୍ତ୍ରୀ ଆହୁରି କହିଛନ୍ତି ଯେଉଁଠାରେ ମଣ୍ଡିର ବ୍ୟବସ୍ତା ହୋଇନାହିଁ, ସେଠାରେ ଖୁବଶୀଘ୍ର ମଣ୍ଡି ବ୍ୟବସ୍ଥା କରାଯିବ। ଚାଷୀ କିପରି ସେମାନଙ୍କ ଉତ୍ପାଦକୁ ଉଚିତ ମୂଲ୍ୟରେ ବିକ୍ରି କରିବେ ତା’ ଉପରେ ଗୁରୁତ୍ଵ ଦିଆଯାଉଛି। ଏହାସହ ଅତିରିକ୍ତ ଉତ୍ପାଦକୁ ସଂରକ୍ଷଣ କରି ରଖିବା ଲାଗି ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଶୀତଳଭଣ୍ଡାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Tags: #ColdStorage #Restoration #OdishaGovt #KrushnaChandraPatra #Odisha

Comment