ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଳ୍ପିକା ସୁନନ୍ଦା ପ୍ରଧାନଙ୍କୁ ‘ଜଗଦୀଶ ଯୁବ ସମ୍ମାନ’
(କୃଷ୍ଣ କୁମାର ମହାନ୍ତି): ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍’ ତରଫରୁ ଭୁବନେଶ୍ଵରସ୍ଥ ବୁଦ୍ଧ ମନ୍ଦିର ପରିସରରେ ‘ଜଗଦୀଶ ଜୟନ୍ତୀ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଥାକାର ପବିତ୍ର ପାଣିଗ୍ରାହୀଙ୍କୁ ଚଳିତ ବର୍ଷର ‘ଜଗଦୀଶ କଥା ସମ୍ମାନ’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦରେ ସମ୍ମାନ ଫଳକ ସହ ୧୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି।
ସେହିପରି ଗାଳ୍ପିପା ସୁନନ୍ଦା ପ୍ରଧାନଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ପ୍ରଦାନ କରାଯାଇଛି। ତାଙ୍କୁ ମାନପତ୍ର ସହ ୫ ହଜାର ଟଙ୍କା ଆର୍ଥରାଶି ପ୍ରଦାନ କରାଯାଇଛି। ଏହି ବସରରେ ଉଭୟ ପବିତ୍ର ପାଣିଗ୍ରାହୀ ଏବଂ ସୁନନ୍ଦା ପ୍ରଧାନ ଜଗଦୀଶ ମହାନ୍ତିଙ୍କ ଗଳ୍ପର ପ୍ରଭାବ ଉପରେ ଆଲୋକପାତ କରିଥିଲେ।
ଓଡ଼ିଆ କଥା ସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ସମାଲୋଚକ ଗୁରୁଚରଣ ବେହେରା ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅନୁବାଦକ ତଥା ସମୀକ୍ଷକ ହିମାଂଶୁ ଶେଖର ମହାପାତ୍ର ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଉପରେ ସବିଶେଷ ଆଲୋଚନା କରିଥିଲେ।
ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ଡକ୍ଟର ସରୋଜିନୀ ସାହୁ। ‘ଟ୍ରଷ୍ଟ୍’ର ସମ୍ପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଉତ୍ସବ ସଞ୍ଚାଳନ କରିଥିଲେ। ଉତ୍ସବ ଆରମ୍ଭରେ ବିଶିଷ୍ଟ କଥିକା ପ୍ରାଚୀତାରା ଜଗଦୀଶ ମହାନ୍ତିଙ୍କ ଏକ ଗଳ୍ପର ନାଟକୀୟ ଉପସ୍ଥାପନା କରିଥିଲେ।
ଉତ୍ସବ ପରିଚାଳନାରେ ଅରୁଣ କୁମାର ଦାସ, ପ୍ରିୟାଂଶୁ ପ୍ରିୟଦେବ ପ୍ରମୁଖ ସହଯୋଗ କରିଥିବା ବେଳେ ପାଠକପାଠିକା, ଲେଖକ, ସମ୍ପାଦକ, ପ୍ରକାଶକ ଓ ସାହିତ୍ୟାନୁରାଗୀ ପ୍ରମୁଖ ଯୋଗ ଦେଇଥିଲେ।
Tags: #JagdishKathaSamman #JagdishYuvaSamman #PabitraPanigrahi #SunandaPradhan #Literature









