ଓଡ଼ିଶାଲାଇଭ୍ ବ୍ୟୁରୋ

ସସ୍ପେନ୍ସ ଉପରୁ ପରଦା ହଟିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲା ବିଜେପି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର ବାଜିଛି। ଦିଲ୍ଲୀରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛି ବିଜେପି।
ବୁଧବାର ଦିନ ଦିଲ୍ଲୀ ବିଜେପି ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ରେଖା ଗୁପ୍ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ରେଖା ଗୁପ୍ତା ସାଲିମାର ବାଗରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେ ଦିଲ୍ଲୀ ବିଜେପିର ମହାସଚିବ ରହିବା ସହ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅଛନ୍ତି। ସେ ପୂର୍ବରୁ ଦକ୍ଷୀଣ ଦିଲ୍ଲୀ ନଗର ଉନ୍ନୟନର ମେୟର ଥିଲେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ଶପଥ ଗ୍ରହଣ ଉତ୍ସବ ପାଇଁ ପୂର୍ବରୁ ପ୍ରସ୍ତୁତି କରିସାରିଛି ବିଜେପି। ଆସନ୍ତାକାଲି, ଗୁରୁବାର ଦିନ ରାମଲୀଳା ମଇଦାନଠାରେ ଆଡ଼ମ୍ବରରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପୂର୍ବରୁ ରେଖା ଗୁପ୍ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ଏହି ରେସ୍ରେ ସବୁଠାରୁ ଆଗରେ ଥିଲେ ରେଖା ଗୁପ୍ତା। ଏହା ସହ ଗୁପ୍ତାପରବେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶିଷ ସୁଦ, ଜିତେନ୍ଦ୍ର ମହାଜନ ଓ ବିଜେନ୍ଦର ଗୁପ୍ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା।
Tags: #DelhiCM #RekhaGupta #BJP #DelhiAssemblyElection2025 #Politics #DelhiPolitics