ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆଜି, ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ସୁଭଦ୍ରା ଶକ୍ତି ମେଳା’। ଏହି ମେଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଫେବ୍ରୁଆରି ୨୨ରୁ ଆରମ୍ଭ ହେଉଥିବା ଏହି ମେଳା ଆସନ୍ତା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ।

ସୁଭଦ୍ରା ଶକ୍ତି ମେଳାରେ ରାଜ୍ୟବ୍ୟାପୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ସାମିଲ ହୋଇ ନିଜ ଉତ୍ପାଦର ପ୍ରଦର୍ଶନ ସହ ବିକ୍ରିବଟା କରିବେ। ମେଳାରେ ୩ଶହରୁ ଅଧିକ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏସଏଚଜି ମହିଳାମାନଙ୍କୁ ଲକ୍ଷପତି ଦିନି ଭାବେ ପ୍ରତିଷ୍ଠିତ କରାଇବା ଲକ୍ଷରେ ରାଜ୍ୟ ସରକାର ଏହିଭଳି ମେଳାର ଆୟୋଜନ କରିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

Tags: #SubhadraShaktiFair #CMOdisha #PravatiParida #SHGWomen #JanataMaidan #Bhubaneswar #Odisha

LEAVE A REPLY

Please enter your comment!
Please enter your name here