ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’। ଶନିବାର ସନ୍ଧ୍ୟାରେ ଏହି ମେଳାକୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତି ମେଳା ଆସନ୍ତା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ଏସଏଚଜି ମହିଳାମାନଙ୍କୁ ଲକ୍ଷପତି ଦିନି ଭାବେ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ ଏହିଭଳି ମେଳାର ଆୟୋଜନ କରାଯାଇଛି।
ମେଳାରେ ୩ଶହରୁ ଅଧିକ ଷ୍ଟଲର ବ୍ୟବସ୍ଥା କରାଯାଇଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ୩ ଶହରୁ ଅଧିକ ଏସଏଚଜି ମହିଳା ଅଂଶଗ୍ରହଣ କରିଛନ୍ତି। ଏହି ନଅ ଦିନିଆ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଓ ଅର୍ଗାନିକ ଉତ୍ପାଦ ପ୍ରଦର୍ଶନୀ ସହ ବିକ୍ରିବଟା ହେବ।
ହସ୍ତଶିଳ୍ପ ଓ କଳାକୃତି, ମିଲେଟ୍ ଓ ଅର୍ଗାନିକ୍ ଉତ୍ପାଦ, ହସ୍ତତନ୍ତ ଓ ବୟନ ଶିଳ୍ପ, ଖାଦ୍ୟ, ମସଲା ସାମଗ୍ରୀ, ଟେରାକୋଟା, ବାଉଁଶ ଶିଳ୍ପ, ଘରକରଣା ଜିନିଷ ପ୍ରମୁଖ ଆକର୍ଷଣ ପାଲଟିବ। ମେଳାର ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ।
Tags: #SubhadraShaktiFair #CMMohanCharanMajhi #OdishaGovt #InaugruationCeremony #SHGWomen #JanataMaidan #Bhubaneswar #Odisha