ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ୨୧ ହଜାର ୪୧୩ଟି ଗ୍ରାମ୍ୟ ଡାକ ସେବକ (ଜିଡିଏସ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଭାରତରେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଶାଖା ଡାକଘରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ମିଳିବ।
ଏହି ପଦବୀରେ ନିଯୁକ୍ତି ପାଇଁ କୌଣସି ପରୀକ୍ଷା କରାଯିବ ନାହିଁ। ପ୍ରାର୍ଥୀମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷା ନମ୍ବର ଆଧାରରେ ନିଯୁକ୍ତି ମିଳିବ। ଏଥିପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୩ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।
ଆପଣମାନେ ଏହି ପଦବୀ ପାଇଁ ଅବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ଗ୍ରାମ୍ୟ ଡାକ ସେବକ (ଜିଡିଏସ) – ୨୧,୪୧୩
ଯୋଗ୍ୟତା
- ଗ୍ରାମ୍ୟ ଡାକ ସେବକ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ
- ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ସେମାନଙ୍କ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ
ଏହି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ତଥା ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ଆରକ୍ଷଣ, ବୟସସୀମା ଛାଡ଼ ଓ ଅନ୍ୟାନ୍ୟ ସୁବିଧା ମିଳିବ।
ଚୟନ ପ୍ରକ୍ରିୟା
ଗ୍ରାମ୍ୟ ଡାକ ସେବକ ପଦବୀ ପାଇଁ କୌଣସି ପରୀକ୍ଷା କରାଯିବ ନାହିଁ। ଏହି ପଦବୀ ପାଇଁ ପ୍ରାର୍ଥୀମାନଙ୍କ ମାଟ୍ରିକ ପରୀକ୍ଷା ନମ୍ବର ଆଧାରରେ ମେରିଟ ଲିଷ୍ଟ ବାହାର କରାଯିବ। ଏହି ମେରିଟ ଲିଷ୍ଟ ଆଧାରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।
ଆବେଦନ ଶୁଳ୍କ
- ଏହି ପଦବୀ ପାଇଁ ଅଣସରଂକ୍ଷିତ ବର୍ଗ ଓ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ
- ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ତଥା ମହିଳା ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି
କେମିତି କରିବେ ଆବେଦନ
- ଭାରତୀୟ ଡାକ ବିଭାଗର ୱେବସାଇଟ୍ indiapostgdsonline.gov.inକୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ୍ କରନ୍ତୁ
- ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
- ପଞ୍ଜୀକରଣ ପରେ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ଫର୍ମ ପୂରଣବେଳେ ଚାକିରି କରିବାକୁ ଚାହୁଁଥିବା ରାଜ୍ୟକୁ ବଛନ୍ତୁ
- ଶେଷରେ ପୂରଣ କରିଥବା ଫର୍ମର ପ୍ରିଣ୍ଟ ଆଉଟ ରଖନ୍ତୁ
ଗ୍ରାମ୍ୟ ଡାକ ସେବକ ପଦବୀ ପାଇଁ କେବେ ମେରିଟ୍ ଲିଷ୍ଟ ବାହାରିବ ସେନେଇ ଭାରତୀୟ ଡାକ ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ଏହି ପଦବୀ ସମ୍ବନ୍ଧିତ ଅଧିକ ସୂଚନା ଡାକ ବିଭାଗର ୱେବସାଇଟରେ ଉପଲବ୍ଧ।
Tags: #IndiaPost #GraminDakSevak #GDSpost #Employment #Careers