ଓଡ଼ିଶାଲାଇଭ୍ ବ୍ୟୁରୋ

ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇପାରିବ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ମାର୍ଚ୍ଚ ମାସ ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରହିଥିଲା। ମରାମତି କାମ ବିଳମ୍ବ ହେଉଥିବାରୁ ଆଉ ଅଧିକ ମାସେ କିମ୍ବା ଦୁଇ ମାସ ସମୟ ଲାଗିବ। ଏ ନେଇ ସୂଚନା ଦେଇଛନ୍ତି ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ରତ୍ନଭଣ୍ଡାରର ମରାମତି ପାଇଁ ଯେତିକି ଆକଳନ କରାଯାଇଥିଲା, ତା’ଠାରୁ ଅଧିକ ମରାମତିର ଆବଶ୍ୟକତା ରହିଛି। ତେଣୁ ମରାମତି ସରିବାକୁ ଆଉ ପ୍ରାୟ ଦୁଇ ମାସ ସମୟ ଲାଗିବ। ତେବେ ରଥଯାତ୍ରା ପୂର୍ବରୁ ରତ୍ନ ଗଣତି ମଣତି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରହିଥିବା ଆଇନ ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୀତିନୀତି ସହ ମରାମତି କାମ ଚାଲିଛି। ଠାକୁରଙ୍କ ନୀତିକାନ୍ତିରୁ ସମୟ କଢ଼ାଯାଇ ମରାମତି କାମ କରାଯାଉଛି। ଏଏସଆଇକୁ ସବୁ ପ୍ରକାର ସହଯୋଗ କରାଯାଉଛି ବୋଲି ସେ କହିଛନ୍ତି।
ଗତ ୨୦୨୪ ଡିସେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଜିପିଆର ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା। ତିନି ମାସ ମଧ୍ୟରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା।
Tags: #ShreeMandir #RatnaBhandar #RepairWork #ASI #Puri #Odisha















