ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି। ବାଘୁଣୀ ଅଙ୍କିତା ଗର୍ଭରୁ ଜନ୍ମ ନେଲା ବାଘ ଶାବକ। ନନ୍ଦନକାନନରେ ଏବେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି।
ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୧୬ ଓ ବାଘୁଣୀ ସଂଖ୍ୟା ୧୧ ରହିଛି। ବର୍ତ୍ତମାନ ମା’ ଅଙ୍କିତା ଓ ଶାବକ ସିସିଟିଭି ନଜରରେ ରହିଛନ୍ତି।
Tags: #Nandankanan #Cubs #Birth #TigressAnkita #Bhubaneswar #Odisha


















