ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ ନିଯୁକ୍ତ ହେଲେ ଡକ୍ଟର ଚନ୍ଦ୍ର ଶେଖର ହୋତା। ଏ ନେଇ ମଙ୍ଗଳବାର ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହା ସହ ଡକ୍ଟର ଚନ୍ଦ୍ର ଶେଖର ହୋତା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ। ଫେବ୍ରୁଆରି ୨୮ ତାରିଖରେ ତାଙ୍କୁ ଉଭୟ ଦାୟିତ୍ଵ ହସ୍ତାନ୍ତର କରାଯିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
Tags: #OdishaSahityaAcademy #DrChandraShekharHota #NewAppointment #OdishaGovt #Odisha