ଓଡ଼ିଶାଲାଇଭ୍ ବ୍ୟୁରୋ

ମହାଶିବରାତ୍ରୀରେ ଶିବମୟ ହୋଇପଡ଼ିଛି ପରିବେଶ। ଭକ୍ତମାନେ ନିଜକୁ ଶିବଙ୍କ ଭକ୍ତିଭାବରେ ବାନ୍ଧି ରଖି ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଧାଡ଼ି ଲଗାଇଛନ୍ତି। କେବଳ ଓଡ଼ିଶାରେ ନୁହେଁ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଏହି ଦିନକୁ ବେଶ ଉତ୍ସାହର ସହ ପାଳନ କରାଯାଉଛି।

ଜାଣନ୍ତୁ, ଅନ୍ୟ ରାଜ୍ୟରେ କିଭଳି ପାଳନ ହୁଏ ମହାଶିବରାତ୍ରୀ?

ମଧ୍ୟପ୍ରଦେଶରେ ମଧ୍ୟ ମହାଶିବରାତ୍ରୀ ବେଶ୍ ଆନନ୍ଦଉଲ୍ଲାସର ସହ ପାଳନ କରାଯାଇଥାଏ। ଏହିଦିନ ସେଠାକାର ଖଜୁରାହୋ ମହାଦେବଙ୍କ ଦର୍ଶନ କରିବା ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥାଏ। ବିଶେଷକରି ସେଠାକାର ସାଗର ଗଙ୍ଗାରେ ଲୋକମାନେ ବୁଡ଼ ପକାଇବାକୁ ଗହଳି ଲଗାଇଥାନ୍ତି। ସେଠାକାର ସୁନ୍ଦର ଶିବ ମନ୍ଦିର ମଧ୍ୟ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ।

ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଏକ ବିଶେଷ ଢଙ୍ଗରେ ମହାଶିବରାତ୍ରୀ ପାଳନ କରାଯାଇଥାଏ। ସେଠାକାର ଲୋକମାନେ ଗଙ୍ଗାନଦୀରୁ ବାଲି ଆଣି ସେଥିରେ ଶିବଲିଙ୍ଗ ତିଆରି କରିଥାନ୍ତି। ଏହାପରେ ସେମାନେ ସେହି ଶିବଲିଙ୍ଗକୁ କ୍ଷୀର ଓ ପରେ ପରେ ଦହି, ଘିଅ ଓ ମହୁରେ ସ୍ନାନ କରାଇଥାନ୍ତି। ଏଭଳି ଭାବେ ପଶ୍ଚିମବଙ୍ଗରେ ଏକ ଭିନ୍ନ ଅନ୍ଦାଜରେ ମହାଶିବରାତ୍ରୀ ପାଳନ କରାଯାଇଥାଏ।

ଜମ୍ମୁ କଶ୍ମୀରରେ ହିନ୍ଦୁମାନେ ମହାଶିବରାତ୍ରୀ ଦିନେ କିମ୍ବା ଦୁଇ ଦିନ ପାଇଁ ନୁହେଁ ବଂର ୨୧ଦିନ ପାଇଁ ପାଳନ କରିଥାନ୍ତି। ସେମାନେ ପ୍ରତିଦିନ ଭିନ୍ନ ଭିନ୍ନ ଉପାୟରେ ମହାଦେବଙ୍କୁ ପୂଜା କରିଥାନ୍ତି। ୨୦ ଦିନ ଶେଷ ହେବା ପରେ ଶେଷଦିନରେ ପରିବାରର ପ୍ରତି ଲୋକ ପରସ୍ପର ମଧ୍ୟରେ ଉପହାର ଦେଇଥାନ୍ତି।

ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ ମଧ୍ୟ ନିଆରା ଢଙ୍ଗରେ ମହାଶିବରାତ୍ରୀ ପାଳନ କରାଯାଇଥାଏ। ଏପରିକି ଏହି ମେଳାରେ ବାହାର ରାଜ୍ୟର ଅନେକ ଭକ୍ତ, ଢୋଲ ବାଦକମାନେ ମଧ୍ୟ ସାମିଲ ହୋଇଥାନ୍ତି। ବିଶେଷକରି ଲିଙ୍ଗାୟତ ସମୁଦାୟର ଲୋକମାନେ ଏହି ଉତ୍ସବକୁ ବେଶ ଜାକଜକମରେ ପାଳନ କରିଥାନ୍ତି।

ଅନ୍ୟପଟେ ଉତ୍ତର ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶରେ ମଧ୍ୟ ବହୁ ବଡ଼ ଆଡ଼ମ୍ବର ସହକାରେ ମହାଶିବରାତ୍ରୀ ପାଳନ କରାଯାଇଥାଏ। କୁହାଯାଏ ସେଠାକାର ମଣ୍ଡିରେ ଥିବା ଭୂତନାଥ ମନ୍ଦିରରେ ଦେଶର ସବୁଠୁ ବଡ଼ ମହାଶିବରାତ୍ରୀ ପାଳନ କରାଯାଇଥାଏ। ଏହି ଉତ୍ସବର ରାଜ୍ୟର ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥାନ୍ତି। ସେଠାକାର ଏହି ପରମ୍ପରା ପ୍ରାୟ ୫୦୦ ବର୍ଷ ତଳର ବୋଲି କୁହାଯାଇଥାଏ।

Tags: #MahaShivaratri #Devotees #ShivaTemple #Odisha #India

LEAVE A REPLY

Please enter your comment!
Please enter your name here