ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାର ଆଜି ଶେଷ ଦିନ। ମହାଶିବରାତ୍ରୀ ଅବସରରେ ଅମୃତ ସ୍ନାନ କରିବା ପାଇଁ ଜନ ସମୁଦ୍ର ପାଲଟିଛି ସଙ୍ଗମ ନଗରୀ। ଭୋର୍‌ରୁ ବର୍ତ୍ତମାନ ଯାଏଁ ଦେଢ଼ କୋଟିରୁ ଅଧିକ ଭକ୍ତ ଏଠାରେ ବୁଡ଼ ପକାଇ ସାରିଲେଣି।

ମହାକୁମ୍ଭ ମେଳା ଜାନୁଆରି ୧୩ ତାରିଖରେ ଆରମ୍ଭ ହୋଇଥିଲା। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏ ଯାଏଁ ୬୫ କୋଟିରୁ ଅଧିକ ଭକ୍ତ ଏଠାରେ ବୁଡ଼ ପକାଇ ସାରିଲେଣି।

ପ୍ରୟାଗରାଜର ତ୍ରିବେଣୀ ଘାଟରେ ଶେଷ ଅମୃତ ସ୍ନାନକୁ ସୁରୁଖୁରୁରେ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ପୂର୍ବରୁ ଏଠାରେ ହୋଇଥିବା ଦଳାଚକଟାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ଅନେକ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାନ-ୱେ ରୁଟ ପ୍ରସ୍ତୁତ କରାଯାଇଛି। ସମଗ୍ର ଅଞ୍ଚଳକୁ ‘ନୋ ଭେହିକିଲ’ ଜୋନ ଘୋଷଣା କରାଯାଇଛି। ତେବେ ଭକ୍ତମାନଙ୍କୁ ତ୍ରିବେଣୀ ଘାଟରେ ପହଞ୍ଚିବାକୁ ଅଧିକ ରାସ୍ତା ଚାଲିବାକୁ ପଡୁଛି।  

ତ୍ରିବେଣୀ ଘାଟରେ ଅତ୍ୟଧିକ ଭିଡ଼କୁ ରୋକିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସାଧୁସନ୍ଥ ଓ ଭକ୍ତଙ୍କ ଶାନ୍ତି ଶୃଙ୍ଖଳାରେ ମହାସ୍ନାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଘାଟରେ ବ୍ୟରିକେଡ ସଂଖ୍ୟା ବଢ଼ାଇ ଦିଆଯାଇଛି।

Tags: #MahaKumbhMela #TriveniSangam #BasantaPanchami #HolyBath #Prayagraj

LEAVE A REPLY

Please enter your comment!
Please enter your name here