ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା। ସେ ଶୁକ୍ରବାର ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବେ। ଏହାସହ ସେ ବିଜେପି କର୍ମକର୍ତ୍ତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
ଜେ ପି ନଡ୍ଡା ଗୁରୁବାର ସନ୍ଧ୍ୟା ୭ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ପୁରୀ ଯାଇ ସେଠାରେ ରାତ୍ରୀ ଯାପନ କରିବେ। ତାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇଛି।
ଶୁକ୍ରବାର ସକାଳ ୧୦ଟା ସମୟରେ ଜେ ପି ନଡ୍ଡା ପୁରୀରେ ହେବାକୁ ଥିବା ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ। ଏହାପରେ ଅପରାହ୍ଣ ୨ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ପରେ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ସେ ବିଜେପି କର୍ମକର୍ତ୍ତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
ଶୁକ୍ରବାର ସନ୍ଧ୍ୟାରେ ଜେ ପି ନଡ୍ଡା ନିଜର ୨ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଯିବେ।
Tags: #JPNadda #BJPNationalPresident #OdishaVisit #Bhubaneswar