ଓଡ଼ିଶାଲାଇଭ୍ ବ୍ୟୁରୋ

କିଶୋର ଅବସ୍ଥାରୁ ନେଇ ମେନୋପଜ୍‌ ପର୍ଯ୍ୟନ୍ତ ମହିଳାମାନେ ହରମୋନ୍‌ ଅସନ୍ତୁଳନ ଜନିତ ସମସ୍ୟା ଦେଇ ଗତି କରିଥାଆନ୍ତି। ୩୦ ବର୍ଷ ପରେ ମହିଳାମାନଙ୍କ ହାଡ଼ କ୍ଷୟ ହେବା ମଧ୍ୟ ଆରମ୍ଭ ହୋଇଥାଏ। ଭବିଷ୍ୟତରେ ସେମାନଙ୍କୁ ଅଷ୍ଟିଓ-ଆର୍ଥ୍ରାଇଟିସ୍‌ ଏବଂ ଅଷ୍ଟିଓପୋରସିସ୍‌ ଭଳି ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ତେଣୁ, ଖାସ୍‌କରି ମହିଳାମାନଙ୍କୁ ନିଜ ସ୍ଵାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ।

ମହିଳାଙ୍କଠାରେ ହାଡ଼ଜନିତ ସମସ୍ୟା ଅଧିକ ହୁଏ କି, ମହିଳାଙ୍କୁ ଅଷ୍ଟିଓପୋରସିସ୍ ଏବଂ ଆର୍ଥ୍ରାଇଟିସ୍ କାହିଁକି ହୁଏ, ହାଡ଼କୁ ମଜଭୁତ କରିବା ପାଇଁ କ’ଣ କରିବେ, ଅଷ୍ଟିଓପୋରସିସ୍ ଓ ଅଷ୍ଟିଓ ଆର୍ଥ୍ରାଇଟିସ୍‌ର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦିବ୍ୟ ସିଂହଙ୍କଠାରୁ ଅଧିକ ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ।

Tags: #KneeProblem #BoneProblems #Osteoporosis&Osteoarthritis #WomenHealth #OdiaHealthTips #HealthCare #HealthyLife #DoctorAdvice

Comment