ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ପୁରୀର ଅମ୍ରିତ ମହାପାତ୍ର। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୬ ନମ୍ବର ରାଙ୍କରେ ରହିଛନ୍ତି ଅମ୍ରିତ।
ପିଲାବେଳୁ ସିଭିଲ୍ ସର୍ଭିସ ପାଇଁ ଇଚ୍ଛା ରଖିଥିଲେ ଅମ୍ରିତ ମହାପାତ୍ର। ରାଜନୀତିରେ ମଧ୍ୟ ତାଙ୍କର ରୁଚି ରହିଛି। ଅକ୍ଳାନ୍ତ ପରିଶ୍ରମ ଓ ଏକାଗ୍ରତା ପାଇଁ ତାଙ୍କୁ ଓସିଏସ ପରୀକ୍ଷାରେ ସଫଳତା ମିଳିପାରିଛି ବୋଲି ଅମ୍ରିତ କୁହନ୍ତି।
ବିନା ପରିଶ୍ରମରେ ସଫଳତା ମିଳେ ନାହିଁ। ବାରମ୍ବାର ବିଫଳତାକୁ ନେଇ ଭାଙ୍ଗି ନପଡ଼ି ଭୁଲ ସୁଧାରିବାକୁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସେ କୁହନ୍ତି।
“ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଏତେ ସହଜ ନଥିଲା। ୩ ଘଣ୍ଟା ଭିତରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଚେଷ୍ଟା କରିଥିଲି। ପ୍ରତିଦିନ ଖବରକାଗଜ ପଢ଼ୁଥିଲି। ଦିନକୁ ୧୦ ଘଣ୍ଟା ପାଠ ପଢ଼ୁଥିଲି”, ଓଡ଼ିଶାଲାଇଭ୍ର ସହ ସାକ୍ଷାତକାରରେ କହିଛନ୍ତି ଅମ୍ରିତ ମହାପାତ୍ର। ଅମ୍ରିତଙ୍କ ସଫଳତାର ମନ୍ତ୍ର ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
Tags: #SuccessStory #AmritMahapatra #Topper #OAS #OCS #OPSC #Odisha