ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାର୍ଚ୍ଚ ୨୪ ତାରିଖରେ ଓଡ଼ିଶା ଆସି ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାସହ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।

ରାଷ୍ଟ୍ରପତି ମାର୍ଚ୍ଚ ୨୪ ତାରିଖ ଦିନ ୧ଟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ଯିବେ। ସେଠାରେ ପହଞ୍ଚି ସେ ନୀଳମାଧବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।

ନୀଳମାଧବ ମନ୍ଦିରରେ ଦର୍ଶନ ସାରି ରାଷ୍ଟ୍ରପତି ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ଵାବସୁ ଓ ଲଲିତାଙ୍କ ଜନ୍ମମାଟି ପରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ତତ୍ପରତା ଦେଖେଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ଅଧିକାରୀମାନେ ଜିଲ୍ଲାରେ ସ୍ଥିତି ସମୀକ୍ଷା କରୁଛନ୍ତି।

Tags: #PresidentofIndia #DroupadiMurmu #OdishaVisit #Mayurbhanj #Puri

Comment