ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମାର୍ଚ୍ଚ ୨୨ ତାରିଖରେ ସେ ୨ ଦିନିଆ ଗସ୍ତରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାସହ ସେ ବିଜେପି କର୍ମକର୍ତ୍ତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ମାର୍ଚ୍ଚ ୨୨ ତାରିଖ ଅପରାହ୍ଣରେ ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟରେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ ସହ ୨୫ଟି ରାପିଡ ରେସପନ୍ସ ଭେଇକିଲର ଶୁଭାରମ୍ଭ କରିବେ।

ଏହାପରେ ସେ ଭୁବନେଶ୍ୱରରେ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ରାଜ୍ୟରେ ସରକାର ଓ ଦଳୀୟ ସଂଗଠନକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

Tags: #AmitShah #CentralHomeMinister #OdishaVisit #Bhubaneswar

Comment