ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନି। ଶରୀରର ବିଭିନ୍ନ ଅଙ୍ଗକୁ ଏହା ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। ବିଭିନ୍ନ କାରଣରୁ କିଡ୍‌ନିଜନିତ ରୋଗ ଦେଖାଦେବା ସହ କିଡ୍‌ନି ଫେଲ୍ୟୁଅର ଭଳି ସମସ୍ୟା ଦେଖାଦେଇଥାଏ।

କିଡ୍‌ନି ଫେଲ୍ୟୁଅରର ମୁଖ୍ୟ କାରଣ ଇବେଟିସ, ଉଚ୍ଚ ରକ୍ତଚାପ, ନେଫ୍ରାଇଟିସ ବୋଲି କୁହନ୍ତି କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ନିଶିଥ କୁମାର ରଥ। ଏହାର ଅନେକ କାରଣ ରହିଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହା ବଂଶଗତ ହୋଇଥାଏ।

ତେବେ କାହିଁକି କିଡ୍‌ନି ଫେଲ୍ୟୁଅର ହୁଏ? ଏହାର କାରଣ କ’ଣ ରହିଛି ଏବଂ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା? ଏନେଇ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ନିଶିଥ କୁମାର ମହାନ୍ତି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

ବିଶ୍ୱ କିଡ୍‌ନି ଦିବସ ୨୦୨୫ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ କରାଯାଉଛି ବିଶେଷ ଡିଜିଟାଲ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍‌ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ ହେଉଛି।

Tags: #KidneyFailure #Disease #Symptoms #WorldKidneyDay #KidneyCare #OdiaHealthTips

Comment