ଓଡ଼ିଶାଲାଇଭ୍ ବ୍ୟୁରୋ

କିଡ୍‌ନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। କିଡ୍‌ନି ଶରୀରରୁ ବର୍ଜ୍ୟବସ୍ତୁ ତଥା ଟକ୍ସିକ୍‌ ପରିସ୍ରା ବାଟେ ବାହାର କରିଥାଏ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଜରୁରୀ।  

କିଡ୍‌ନି ଜନିତ ସମସ୍ୟାକୁ ନେଇ ଲୋକଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି। ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଦାସଙ୍କଠାରୁ ସେ ବିଷୟରେ ଅଧିକ ଜାଣିବା।

ବିଶ୍ୱ କିଡ୍‌ନି ଦିବସ ୨୦୨୫ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ କରାଯାଉଛି ବିଶେଷ ଡିଜିଟାଲ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍‌ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ ହେଉଛି।

Tags: #WorldKidneyDay #KidneyDiet #OdiaHealthTips #DoctorsAdvice

Comment