ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
କ୍ରୋନିକ କିଡ୍ନି ରୋଗ (ସିକେଡି) ହେଉଛି ସମୟ କ୍ରମେ ଧୀରେ ଧୀରେ କିଡନିର କାର୍ଯ୍ୟ କ୍ଷମତା ହ୍ରାସ ପାଇବା। ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ରୋଗ ଯୋଗୁଁ କିଡ୍ନି ରୋଗ ହେବାର ସମ୍ଭାବନା ରହିଛି।
କିଡ୍ନି ଫେଲ୍ୟୁୟର ଭଳି ଜଟିଳତାକୁ ରୋକିବା ପାଇଁ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତର କୁହନ୍ତି।
ତେବେ କ୍ରୋନିକ କିଡ୍ନି ରୋଗ କ’ଣ, କ୍ରୋନିକ କିଡନି ରୋଗର କାରଣ କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

ବିଶ୍ୱ କିଡ୍ନି ଦିବସ ପରିପ୍ରେକ୍ଷୀରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ କରାଯାଉଛି ବିଶେଷ ଡିଜିଟାଲ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ ହେଉଛି।
Tags: #ChronicKidneyDisease #Causes #Treatment #OdiaHealthTips #DoctorAdvice















