ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମ ଶରୀରରେ କିଡ୍‌ନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡ୍‌ନିର ମୁଖ୍ୟ କାମ। ତେଣୁ କିଡ୍‌ନିକୁ ସୁସ୍ଥ ରଖିବା ନିହାତି ଦରକାର।

ବେଳେ ବେଳେ କିଛି କାରଣ ପାଇଁ କିଡ୍‌ନିରେ ଷ୍ଟୋନ ହୋଇଥାଏ। ତେଣୁ ଲକ୍ଷଣକୁ ଚିହ୍ନି ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

ତେବେ କିଡ୍‌ନିରେ ଷ୍ଟୋନ କାହିଁକି ହୁଏ, କିଡ୍‌ନିରେ ଷ୍ଟୋନ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ ଏବଂ ଏହାର ଚିକିତ୍ସା କିପରି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ସମୀର ସ୍ଵାଇଁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

ବିଶ୍ୱ କିଡ୍‌ନି ଦିବସ ୨୦୨୫ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ କରାଯାଉଛି ବିଶେଷ ଡିଜିଟାଲ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍‌ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ ହେଉଛି।

Tags: #KidneyStone #Symptoms #Treatment #DoctorsAdvice #OdiaHealthTips

Comment