ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ କିଡ୍‌ନି ଦିବସ। ପ୍ରତି ବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍‌ନି ଦିବସ ଭାବେ ପାଳନ କରାଯାଉଛି। କିଡ୍‌ନି ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ଲାଗି ୨୦୦୬ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହି ଦିବସ ପାଳନ ହୋଇ ଆସୁଛି।

କିଡନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। କିଡ୍‌ନି ଶରୀରରୁ ବର୍ଜ୍ୟବସ୍ତୁ ତଥା ଟକ୍ସିକ୍‌ ପରିସ୍ରା ବାଟେ ବାହାର କରିଥାଏ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଜରୁରୀ।

ପ୍ରତିଟି ମଣିଷ ଚାହେଁ ତା’ର କିଡ୍‌ନି ସୁସ୍ଥ ରହୁ। ତେବେ କିଡ୍‌ନି ସାଧାରଣତଃ ୫୦ ପ୍ରତିଶତ ଖରାପ ହେବା ପରେ ହିଁ ଜଣାପଡ଼ିଥାଏ। ମଧୁମେହ ରୋଗୀ କିମ୍ବା ହାଇ ବ୍ଲଡପ୍ରେସର ରୋଗୀଙ୍କର କିଡ୍‌ନି ଖରାପ ହେବାର ବେଶୀ ସମ୍ଭାବନା ଥାଏ। ମାତ୍ରାଧିକ ପେନକିଲର ସେବନ ଦ୍ୱାରା ମଧ୍ୟ ପ୍ରଭାବ ପଡ଼ିଥାଏ।

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ ସଠିକ୍‌ ଖାଦ୍ୟପେୟର ମଧ୍ୟ ଆବଶ୍ୟକତା ରହିଛି। ଆସନ୍ତୁ କିଡନିକୁ ସୁସ୍ଥ ରଖିବା ପାଇଁ ଡାଏଟିସିଆନ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଜାଣିବା କିଛି ଟିପ୍ସ।

ବିଶ୍ୱ କିଡ୍‌ନି ଦିବସ ୨୦୨୫ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ କରାଯାଉଛି ବିଶେଷ ଡିଜିଟାଲ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍‌ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ ହେଉଛି।

Tags: #KidneyDiet #OdiaHealthTips #WorldKidneyDay #DoctorsAdvice

Comment