ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ବଦଳିବ ଗତିପଥ। ଭୁବନେଶ୍ଵର ବିମାନବନ୍ଦରରୁ ତ୍ରିଶୁଳିଆ ନୁହେଁ ବରଂ କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ। ଏନେଇ ପ୍ରକଳ୍ପର ଡିପିଆର୍ ପରିବର୍ତ୍ତନ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର।

“ଭୁବନେଶ୍ଵର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପୂର୍ବରୁ ମେଟ୍ରୋ ଯିବା ନେଇ ପୂର୍ବେ ଯୋଜନା କରାଯାଇଥିଲା। ତେବେ ଏହି ମେଟ୍ରୋ କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି। ସ୍ଥିତି ଅନୁଧ୍ୟାନ କରି ଏହାର ପରିଧିକୁ ବିସ୍ତୃତ କରାଯିବ। ମେଟ୍ରୋ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ”, କହିଛନ୍ତି ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର।

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଏବେ ଆଉଥରେ ସର୍ଭେ କରାଯାଉଛି। କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ ଭଲ ହେବ ସେ ନେଇ କମିଟି ତର୍ଜମା କରୁଛି। ଏଥିରେ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ମଧ୍ୟରେ ମେଟ୍ରୋ ସହ ଫ୍ଲାଏଓଭର ହୋଇ ତିନିଥାକିଆ ବ୍ରିଜ କରାଯିବାନେଇ ଯୋଜନା ହେଉଛି।

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏଥିରେ ବିଳମ୍ବ ହେବାର ସମ୍ଭାବନା ରହିଛି।

Tags: #BhubaneswarMetroProject #MetroRail #BMRC #Bhubaneswar

LEAVE A REPLY

Please enter your comment!
Please enter your name here