ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ସ୍ଵାଭାବିକ ଭାବେ ଚାଲିପାରୁନାହିଁ। ବୁଧବାର ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏନେଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି।  

ବୁଧବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ସମୟରେ କଂଗ୍ରେସ ବିଧାୟକମାନେ ହଙ୍ଗାମା କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀମାନଙ୍କ ସୁରକ୍ଷା ପ୍ରସଙ୍ଗରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ।

ଏହି ସମୟରେ ଏକାଧିକ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ କରିଥିଲେ।  

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ହେବା ନେଇ ଧାର୍ଯ୍ୟ ହୋଇଛି। ଏହାର ପ୍ରଥମ ପର୍ଯ୍ୟାୟ ଫ୍ରେବୃଆରି ୧୩ରୁ ୨୧ ଯାଏଁ ଚାଲିଥିଲା। ଏଥିରେ ଫେବ୍ରୁଆରି ୧୭ ତାରିଖରେ ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପିତ ହୋଇଥିଲା। ଏହା ପରେ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ କାର୍ଯ୍ୟ ଚାଲିବା ନେଇ ଧାର୍ଯ୍ୟ ହୋଇଛି।

Tags: #OdishaAssembly #BudgetSession #Politics #Odisha

Comment