ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପାଟିରୁ ଦୁର୍ଗନ୍ଧ ବାହାରିବା, ଦାନ୍ତ ବିନ୍ଧିବା କିମ୍ବା ମାଢ଼ିରୁ ରକ୍ତ ବାହାରିବା ଆଦି ପାଇରିଆ ରୋଗର ଲକ୍ଷଣ ହୋଇଥାଏ। ପାଇରିଆ ହେଉଛି ପାଟିରେ ହେଉଥିବା ଏକ ସାଧାରଣ ରୋଗ, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖାଦେଉଛି।
ତେବେ ପାଇରିଆ କାହିଁକି ହେଉଛି, ପାଇରିଆକୁ କେମିତି ଚିହ୍ନିବେ, ପାଇରିଆର ଜଟିଳତା କ’ଣ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଏଲିନା ଚୌଧୁରୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
ମାର୍ଚ୍ଚ ୨୦ ତାରିଖ, ବୁଧବାର ଦିନ ହେଉଛି ଓ୍ଵାର୍ଲ୍ଡ ଓରାଲ ହେଲଥ ଡେ’ ବା ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ମୁଖ ସ୍ୱାସ୍ଥ୍ୟ କ’ଣ, ମୁଖର ଯତ୍ନ କିପରି ନେବେ ଏବଂ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ।
‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।
ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମୁଖର ସ୍ୱାସ୍ଥ୍ୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଉଛି।
Tags: #WorldOralHealthDay2025 #Pyorrhea #Dentalcare #Healthylife #OdiaHealthTips #DoctorAdvice