ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନେକ ଡାକ୍ତର (ମେଡିକାଲ ଅଫିସର) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ଡାକ୍ତରଖାନା ପାଇଁ ୫ ହଜାର ୨୪୮ ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ମିଳିବ।
ଏହି ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନଙ୍କୁ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ୍ ସର୍ଭିସ (ଗ୍ରୁପ୍-ଏ) ଅନ୍ତର୍ଗତ ନିଯୁକ୍ତି ମିଳିବ।
ଏହି ପଦବୀ ପାଇଁ ମାର୍ଚ୍ଚ ୨୫ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେବ। ଏପ୍ରିଲ୍ ୨୪ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।
ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ମେଡିକାଲ ଅଫିସର – ୫,୨୪୮ (ମୋଟ ପଦବୀ)
- ଅଣସରଂକ୍ଷିତ ବର୍ଗ – ୪୧୧
- ଅନୁସୂଚିତ ଜନଜାତି ବର୍ଗ – ୨,୪୮୧
- ଅନୁସୂଚିତ ଜାତି – ୧,୬୨୦
- ଏସଇବିସି ବର୍ଗ – ୭୩୬
ଯୋଗ୍ୟତା
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ଯେକୌଣସି ମେଡିକାଲ କଲେଜରୁ ‘ଏମବିବିଏସ’ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
- ପ୍ରାର୍ଥୀମାନେ ଓଡ଼ିଆରେ ଲେଖି ପଢ଼ି ପାରୁଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
- ଓପିଏସସି ପକ୍ଷରୁ ମେଡିକାଲ ଅଫିସର ପଦବୀଗୁଡ଼ିକ ପାଇଁ ପରୀକ୍ଷା କରାଯିବ
- ପରୀକ୍ଷା ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ମେରିଟ ଲିଷ୍ଟ ବାହାର କରାଯିବ
- ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ
ଆବେଦନ ଶୁଳ୍କ
- ମେଡିକାଲ ଅଫିସର ପଦବୀର ପରୀକ୍ଷାରେ ସବୁ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି
କେମିତି କରିବେ ଆବେଦନ
- ଓପିଏସସିର ୱେବସାଇଟ୍ www.opsc.gov.inକୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
- ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ମେଡିକାଲ ଅଫିସର ପଦବୀ ପାଇଁ ମେ’ ୧୧ ତାରିଖରେ ପରୀକ୍ଷା କରାଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓପିଏସସିର ୱେବସାଇଟରେ ଉପଲବ୍ଧ।
Tags: #OPSC #MedicalOfficer #HealthCare #OnlineApplication #Employment #Odisha