ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଦାନ୍ତରେ କ୍ୟାଭିଟି, ସଂକ୍ରମଣ ତଥା ଦାନ୍ତ କ୍ଷୟରୁ ରକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ଦାନ୍ତ ସଫା କରିବା ନିହାତି ଜରୁରୀ। ଏଥିପାଇଁ ଦୈନିକ ୨ ଥର ବ୍ରସ୍‌ କରିବା ଆବଶ୍ୟକ।

ତେବେ ଦାନ୍ତ ବ୍ରସ୍‌ କରିବାର ସଠିକ୍‌ ଉପାୟ କ’ଣ ବା କେମିତି ବ୍ରସ୍‌ କଲେ ଦାନ୍ତ ସଫା ରହିବ, ସେ ବିଷୟରେ ବିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

ମାର୍ଚ୍ଚ ୨୦ ତାରିଖ, ବୁଧବାର ଦିନ ହେଉଛି ଓ୍ଵାର୍ଲ୍ଡ ଓରାଲ ହେଲଥ ଡେ’ ବା ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ମୁଖ ସ୍ୱାସ୍ଥ୍ୟ କ’ଣ, ମୁଖର ଯତ୍ନ କିପରି ନେବେ ଏବଂ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ।

‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମୁଖର ସ୍ୱାସ୍ଥ୍ୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି  କାର୍ଯ୍ୟକ୍ରମ କରାଯାଉଛି।

Tags: #WorldOralHealthDay2025 #BrushYourTeeth #Dentalcare #Healthylife #OdiaHealthTips #DoctorAdvice

Comment