ଓଡ଼ିଶାଲାଇଭ୍ ବ୍ୟୁରୋ
ସିନେମା ଜଗତର ଜଣେ ନିଆରା ଅଭିନେତ୍ରୀ ନମ୍ରତା ଦାସ। ୫୦ ବର୍ଷରୁ ଅଧିକ ସମୟ ଧରି ସେ ଅଭିନୟରେ ବେଶ୍ ସକ୍ରିୟ ଅଛନ୍ତି।
ଓଡ଼ିଆ ଚଳଚ୍ଚିତ୍ର ‘ଧରିତ୍ରୀ’ରୁ ସିନେ ଜଗତରେ ପାଦ ରଖିଥିଲେ ନମ୍ରତା ଦାସ। ‘ଭାଗ୍ୟ ହାତେ ଡୋରି’, ‘ସକଳ ତୀର୍ଥ ତୋ ଚରଣେ’, ତୁଣ୍ଡ ବାଇଦ’ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି ତାଙ୍କ ଅଭିନୟ ଦକ୍ଷତା।
ପିଲାଟି ବେଳରୁ ଅଭିନୟ ପ୍ରେମରେ ପଡ଼ିଥିଲେ ନମ୍ରତା। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ସେ ଅଭିନୟରେ ସକ୍ରିୟ ଅଛନ୍ତି। ଅଭିନୟ କରିବାର ନିଶା ଆଗଭଳି ଏବେ ବି ତାଙ୍କଠାରେ ସତେଜ ରହିଥିବା ସେ କୁହନ୍ତି। ଅନେକ ସିନେମାରେ ସେ ମା’ ଚରିତ୍ରରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ ଜିତିଛନ୍ତି।
ପରଦାରେ ଦର୍ଶକଙ୍କୁ ସବୁବେଳେ ମନୋରଞ୍ଜନ ଦେଇଛନ୍ତି, କିନ୍ତୁ ବାସ୍ତବ ଜୀବନରେ ଅନେକ ଦୁଃଖକୁ ନିଜ ଭିତରେ ଚାପି ରଖିଛନ୍ତି ନମ୍ରତା ଦାସ। ଓଡ଼ିଶାଲାଇଭର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ଜଣେ ସଫଳ ଅଭିନେତ୍ରୀଙ୍କ ସଂଘର୍ଷର କାହାଣୀ।
Tags: #NamrataDas #OllywoodActress #OdiaCinema #ExclusiveInterview #Odia