ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତ ହାସଲ କରିଛନ୍ତି ପୁରୀର ଅମ୍ରିତ ମହାପାତ୍ର। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୬ ନମ୍ବର ରାଙ୍କରେ ରହିଛନ୍ତି ଅମ୍ରିତ।

ପିଲାବେଳୁ ସିଭିଲ୍ ସର୍ଭିସ ପାଇଁ ଇଚ୍ଛା ରଖିଥିଲେ ଅମ୍ରିତ। ରାଜନୀତିରେ ମଧ୍ୟ ତାଙ୍କର ରୁଚି ରହିଛି। ଅକ୍ଳାନ୍ତ ପରିଶ୍ରମ ଓ ଏକାଗ୍ରତା ପାଇଁ ତାଙ୍କୁ ଓସିଏସ ପରୀକ୍ଷାରେ ସଫଳତା ମିଳିପାରିଛି ବୋଲି ଅମ୍ରିତ କୁହନ୍ତି।

“ବିନା ପରିଶ୍ରମରେ ସଫଳତା ମିଳେ ନାହିଁ। ବାରମ୍ବାର ବିଫଳତାକୁ ନେଇ ଭାଙ୍ଗ ନପଡ଼ି ଭୁଲ ସୁଧାରିବାକୁ ଚେଷ୍ଟା କରିବାର ଆବଶ୍ୟକତା ରହିଛି”, କୁହନ୍ତି ଅମ୍ରିତ ମହାପାତ୍ର।

ଅମ୍ରିତ କୁହନ୍ତି ତାଙ୍କ ପାଇଁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଏତେ ସହଜ ନଥିଲା। ପ୍ରତିଦିନ ଖବରକାଗଜ ପଢ଼ୁଥିଲି। ଦିନକୁ ୧୦ ଘଣ୍ଟା ପାଠ ପଢ଼ୁଥିଲେ।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଅନେକ କଠିନ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା ଅମ୍ରିତ୍ ମହାପାତ୍ରଙ୍କୁ। ତେବେ ସେ ଶେଷ ପର୍ଯ୍ୟନ୍ତ ହାର୍ ମାନିନଥିଲେ।

ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ନିଜର ଅନୁଭୂତି ବାଣ୍ଟିଛନ୍ତି ଅମ୍ରିତ ମହାପାତ୍ର। ଦେଖନ୍ତୁ ଭିଡିଓ।

Tags: #SuccessStory #AmritMahapatra #Topper #OAS #OCS #OPSC #Odisha

LEAVE A REPLY

Please enter your comment!
Please enter your name here