ଓଡ଼ିଶାଲାଇଭ୍ ବ୍ୟୁରୋ

ସିନେମା ଜଗତର ଜଣେ ନିଆରା ଅଭିନେତ୍ରୀ ନମ୍ରତା ଦାସ। ୫୦ ବର୍ଷ ଧରି ଅଭିନୟରେ ସକ୍ରିୟ ଅଛନ୍ତି ନମ୍ରତା ଦାସ। ଓଡ଼ିଆ ଚଳଚ୍ଚିତ୍ର ‘ଧରିତ୍ରୀ’ରୁ ସିନେ ଜଗତରେ ପାଦ ରଖିଥିଲେ ସେ।

‘ଭାଗ୍ୟ ହାତେ ଡୋରି’, ‘ସକଳ ତୀର୍ଥ ତୋ ଚରଣେ’, ତୁଣ୍ଡ ବାଇଦ’ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି ତାଙ୍କ ଅଭିନୟ ଦକ୍ଷତା।

ପିଲାଟି ବେଳରୁ ଅଭିନୟ ପ୍ରେମରେ ପଡ଼ିଥିଲେ ନମ୍ରତା। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ସେ ଅଭିନୟରେ ସକ୍ରିୟ ଅଛନ୍ତି। ଅଭିନୟ କରିବାର ନିଶା ଆଗଭଳି ଏବେ ବି ତାଙ୍କଠାରେ ସତେଜ ରହିଥିବା ସେ କୁହନ୍ତି। ଅନେକ ସିନେମାରେ ସେ ମା’ ଚରିତ୍ରରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ ଜିତିଛନ୍ତି।

ଅଭିନେତ୍ରୀ ନମ୍ରତା ଦାସ ପରଦାରେ ବହୁଥର ବିବାହ କରିଛନ୍ତି, ମଥାରେ ସିନ୍ଦୂର ଲଗାଇଛନ୍ତି। କିନ୍ତୁ ବାସ୍ତବ ଜୀବନରେ ସେ କାହା ହାତ ଧରିନାହାନ୍ତି। ଏକୁଟିଆ ଜୀବନ ଯାତ୍ରାରେ ଆଗକୁ ଚାଲିଛନ୍ତି।

ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ, ନମ୍ରତା ଦାସଙ୍କ ସେଇ ଅକୁହା କାହାଣୀ।

Tags: #NamrataDas #OllywoodActress #OdiaCinema #ExclusiveInterview #Odia

Comment