ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କ୍ରିଶ୍ ୪’ର ନିର୍ଦ୍ଦେଶନା ଦେବେ ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ। ଅଭିନେତା ସହ ଏବେ ଫିଲ୍ମର ନିର୍ଦ୍ଦେଶକ ହେବେ ହ୍ରିତିକ। ହ୍ରିତିକଙ୍କ ବାପା ରାକେଶ ରୋଶନ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଶୁକ୍ରବାର ରାକେଶ ରୋଶନ ସୂଚନା ଦେଇ ଲେଖିଛନ୍ତି, ‘୨୩ ବର୍ଷ ପୂର୍ବେ ମୁଁ ତୁମକୁ ଜଣେ ଅଭିନେତା ଭାବେ ଲଞ୍ଚ୍‌ କରିଥିଲି। ଆଜି ୨୫ ବର୍ଷ ପରେ ମୁଁ ତୁମକୁ ଜଣେ ନିର୍ଦ୍ଦେଶକ ଭାବେ ଲଞ୍ଚ୍‌ କରିବାକୁ ଯାଉଛି।’

ରାକେଶ ରୋଶନ ୨୦୦୩ ମସିହାରେ ଫିଲ୍ମ ‘କୋଇ ମିଲ୍ ଗୟା’ ନିର୍ଦ୍ଦେଶନା ଦେଇଥିଲେ। ଏହା ପରେ ୨୦୦୬ ମସିହାରେ ‘କ୍ରିଶ୍’ ଏବଂ ୨୦୧୩ ମସିହାରେ ‘କ୍ରିଶ୍ ୩’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ରାକେଶ। ୩ଟି ଯାକ ଫିଲ୍ମରେ ହିରୋ ରୋଲ ପ୍ଲେ କରିଥିଲେ ଅଭିନେତା ହ୍ରିତିକ ରୋଶନ।

ଏବେ ‘କ୍ରିଶ୍ ୪’ ପ୍ରାକ୍‌- ପ୍ରଯୋଜନା କାମ ଚାଲିଛି। ଆସନ୍ତା ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମକୁ ୟଶ ରାଜ ଫିଲ୍ମସ୍ ମାଲିକ ଆଦିତ୍ୟ ଚୋପ୍ରାଙ୍କ ସମର୍ଥନ ମିଳିଥିବା କହିଛନ୍ତି ରାକେଶ।

Tags : #HrithikRoshan #Krrish4 #Director #RakeshRoshan#Entertainment

Comment