ଓଡ଼ିଶାଲାଇଭ୍ ବ୍ୟୁରୋ
ସିନେମା ଜଗତର ଜଣେ ନିଆରା ଅଭିନେତ୍ରୀ ନମ୍ରତା ଦାସ। ୫୦ ବର୍ଷ ଧରି ଅଭିନୟରେ ସକ୍ରିୟ ଅଛନ୍ତି ନମ୍ରତା ଦାସ।
ଓଡ଼ିଆ ଚଳଚ୍ଚିତ୍ର ‘ଧରିତ୍ରୀ’ରୁ ସିନେ ଜଗତରେ ପାଦ ରଖିଥିଲେ ନମ୍ରତା ଦାସ। ‘ଭାଗ୍ୟ ହାତେ ଡୋରି’, ‘ସକଳ ତୀର୍ଥ ତୋ ଚରଣେ’, ତୁଣ୍ଡ ବାଇଦ’ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି ତାଙ୍କ ଅଭିନୟ ଦକ୍ଷତା।
ପିଲାଟି ବେଳରୁ ଅଭିନୟ ପ୍ରେମରେ ପଡ଼ିଥିଲେ ନମ୍ରତା। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ସେ ଅଭିନୟରେ ସକ୍ରିୟ ଅଛନ୍ତି। ଅଭିନୟ କରିବାର ନିଶା ଆଗଭଳି ଏବେ ବି ତାଙ୍କଠାରେ ସତେଜ ରହିଥିବା ସେ କୁହନ୍ତି।
ସେ ସମୟର ମେକଅପ କଥା ମନେ ପକାଇ ନମ୍ରତା କୁହନ୍ତି, “ଆମ ସମୟରେ ସୁଟିଂ ସେଟରେ କିଛି ସୁବିଧା ନଥିଲା। ମେକଅପ ପାଇଁ ଆମେ ପର ବାରଣ୍ଡାରେ ବସୁଥିଲୁ। ବେଳେ ବେଳେ ସେମାନେ ଉଠିଯିବା ପାଇଁ ବି କହୁଥିଲେ। ତେଣୁ ସୁଟିଂ ସେଟରେ ଝିଅମାନଙ୍କୁ ବହୁତ ଅସୁବିଧା ହେଉଥିଲା।”
ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ, ନମ୍ରତା ଦାସଙ୍କ ସୁଟିଂ ସମୟର କଥା।
Tags: #NamrataDas #OllywoodActress #OdiaCinema #ExclusiveInterview #Odia


















