ଓଡ଼ିଶାଲାଇଭ୍ ବ୍ୟୁରୋ
ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ। ପ୍ରଥମ ବିବାହ ଅସଫଳ ହେବା ପରେ ପୁଣି ବିବାହ କରିବେ କି ନାହିଁ ବୋଲି ମନରେ ପ୍ରଶ୍ନ ଥିଲା, କିନ୍ତୁ ରୋଜାଲିନ ପଟ୍ଟନାୟକଙ୍କ ସହ ଦେଖା ହେବା ପରେ ପୁଣି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ମନ୍ମଥ।
ପରସ୍ପର ପରିବାରର ସହମତିରେ ମନ୍ମଥଙ୍କ ଜୀବନ ସାଥୀ ପାଲଟିଲେ ରୋଜାଲିନ। ମନ୍ମଥ କୁହନ୍ତି, “ରୋଜାଲିନ ମୋ ପାଇଁ ବହୁତ ତ୍ୟାଗ କରିଛନ୍ତି। ମୋତେ ବିବାହ କରିବା ପରେ ତାଙ୍କୁ ଲୋକଙ୍କର ଅନେକ କଥା ଶୁଣିବାକୁ ପଡ଼ିବ ବୋଲି ଜାଣି ମଧ୍ୟ ସେ ମୋ ସହିତ ଛିଡ଼ା ହୋଇଛନ୍ତି। ସେ ମୋତେ ଭଲ ଭାବେ ବୁଝନ୍ତି।”
ଓଡ଼ିଶାଲାଇଭ୍ର ସାକ୍ଷାତକାରରେ ନିଜ ଦ୍ଵିତୀୟ ବିବାହକୁ ନେଇ ଅନେକ କଥା କହିଛନ୍ତି ମନ୍ମଥ ରାଉତରାୟ। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
Tags: #ManmathRoutray #BJD #Politician #Politics #Odisha #Interview

















