ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆରମ୍ଭ ହେଲା ଶିଶୁ ବାଟିକା। ବୁଧବାର ଶିଶୁବାଟିକାର ଶୁଭାରମ୍ଭ କରି କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ ଖଡ଼ି ଛୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ନବରଙ୍ଗପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି।
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ, ପ୍ରଥମ ଥର ପାଇଁ ରାଜ୍ୟରେ ଶିଶୁବାଟିକାର ଶୁଭାରମ୍ଭ ହୋଇଛି। ଏହା ଦ୍ୱାରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଲାଭ ହେବା ସହ ପିଲାଙ୍କ ଶିକ୍ଷାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏନେଇ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ବୁଧବାର ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ମଧ୍ୟ ରାଜ୍ୟରେ ଆୟୋଜିତ ହୋଇଯାଇଛି।
Tags : #OdishaCM #SishuBatika #Launch #MohanCharanMajhi #Education








