ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଅନ୍ୟତମ ପ୍ରାଚୀନ ମନ୍ଦିର ଅନନ୍ତ ବାସୁଦେବ ମନ୍ଦିର। ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗର କୂଳରେ ଏହି ମନ୍ଦିର ରହିଛି। ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ, ପ୍ରଭୁ ବଳରାମ ଓ ଦେବୀ ସୁଭଦ୍ରା ପୂଜା ପାଆନ୍ତି।

ତ୍ରୟୋଦଶ ଶତାବ୍ଦୀରେ ଅନନ୍ତ ବାସୁଦେବ ମନ୍ଦିରର ନିର୍ମାଣ ହୋଇଥିବା କୁହାଯାଏ। ଗଙ୍ଗ ବଂଶୀୟ ରାଜା ତୃତୀୟ ଅନଙ୍ଗଭୀମ ଦେବଙ୍କ ଝିଅ ଚନ୍ଦ୍ରିକା ଦେବୀ ଏହି ମନ୍ଦିରର ନିର୍ମାଣ କରାଇଥିଲେ।

ଅନନ୍ତ ବାସୁଦେବ ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ପ୍ରସ୍ତୁତ କରାଯାଏ। ମନ୍ଦିରର ରୋଷଘରେ ମାଟି କୁଡ଼ୁଆରେ ସ୍ୱତନ୍ତ୍ର ଭାବରେ ତିଆରି ହୁଏ ଏହି ଅନ୍ନ ପ୍ରସାଦ। ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ଏହି ପ୍ରସାଦ ସେବନ କରିବାକୁ ଶହ ଶହ ଭକ୍ତଙ୍କ ଭିଡ଼ ଜମେ। ଅନନ୍ତ ବାସୁଦେବ ମନ୍ଦିରର ଅବଢ଼ା ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #AnnaPrasad #AnantaBasudevTemple #Abadha #Bhubaneswar #Odisha

LEAVE A REPLY

Please enter your comment!
Please enter your name here