ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ।

ସୁସ୍ଥ ଲିଭର, ସୁସ୍ଥ ଶରୀର। ତେଣୁ ଲିଭରକୁ ସୁସ୍ଥ ରଖିବା ନିହାତି ଜରୁରୀ, କାରଣ ଲିଭର ଖରାପ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ମଧ୍ୟ ପଡ଼ିପାରେ।

ବିଶ୍ଵ ଯକୃତ ଦିବସ ଅବସରରେ ଏହି ରୋଗକୁ ନେଇ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ଲିଭର ବା ଯକୃତ ରୋଗ କ’ଣ, କାହିଁକି ହୁଏ ଏବଂ କିପରି ଏହାର ଚିକିତ୍ସା କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଲିଭର ରୋଗ କ’ଣ, ଲିଭର ରୋଗ କାହିଁକି ହୁଏ, ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଜ୍ୟୋତିର୍ମୟ ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WorldLiveDay #LiverDisease #Causes #Treatment #HealthyLife #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here