ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ନବମ ଥର ପାଇଁ ସେ ଦଳର ସଭାପତି ହୋଇଛନ୍ତି।

ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନବୀନ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଶନିବାର ଦିନ ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାବ କେଶରୀ ଦେବ।

ଏପ୍ରିଲ ୧୭ ତାରିଖରେ ବିଜେଡି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ନବୀନ ପଟ୍ଟନାୟକ। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ନବୀନ।

ପୁଣି ଥରେ ଦଳର ସଭାପତି ହେବା ପରେ କ’ଣ ରହିବ ନବୀନଙ୍କ ନୂଆ ଆଭିମୁଖ୍ୟ? ପୁରୁଖାଙ୍କୁ ଦାୟିତ୍ଵ ଦେବେ ନା ଯୁବପିଢ଼ିଙ୍କ ଉପରେ ଭରସା କରିବେ ତା’ ଉପରେ ରହିଛି ସମସ୍ତଙ୍କ ନଜର।

Tags: #BJD #Election #NaveenPatnaik #BJDPresident #Politics #Odisha

Comment