ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ହେଉଛି ଆମ ଶରୀରର ଏକ ପ୍ରମୁଖ ଅଙ୍ଗ। ଲିଭର ବିନା ବଞ୍ଚିବା ଅସମ୍ଭବ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ ଅଦରକାରୀ ଜିନିଷକୁ ଛାଣିବା ହେଉଛି ଲିଭର କାର୍ଯ୍ୟ। ଜୀବନଶୈଳୀରେ ପରିବର୍ତ୍ତନ ତଥା ଅନ୍ୟ ରୋଗ କାରଣରୁ ଲିଭରକୁ କ୍ଷତି ପହଞ୍ଚିଥାଏ। ତେଣୁ ଲିଭରକୁ ସୁସ୍ଥ ରଖିବା ଜରୁରୀ।

ବିଶ୍ଵ ଯକୃତ ଦିବସ ଅବସରରେ ଏହି ରୋଗକୁ ନେଇ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ଲିଭର ବା ଯକୃତ ରୋଗ କ’ଣ, କାହିଁକି ହୁଏ ଏବଂ କିପରି ଏହାର ଚିକିତ୍ସା କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ତେବେ ଲିଭରକୁ କେମିତି ସୁସ୍ଥ ରଖିବେ, ସୁସ୍ଥ ଲିଭର ପାଇଁ କ’ଣ ଖାଇବେ ଓ କ’ଣ ନୁହେଁ, ସେ ବିଷୟରେ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WorldLiveDay #LiverDisease #HealthyFood #Causes #Treatment #HealthyLife #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here