ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। ତେଣୁ ଲିଭରକୁ ସୁସ୍ଥ ରଖିବା ଆବଶ୍ୟକ।

ଅତ୍ୟଧିକ ଏବଂ ନିୟମିତ ମଦ୍ୟପାନ ଲିଭରକୁ ଖରାପ କରିଥାଏ। ଲିଭର ସିରୋସିସର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା। ହେଲେ ବର୍ତ୍ତମାନ ସମୟରେ ମଦ୍ୟପାନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ୍ ଦେଖିବାକୁ ମିଳୁଛି।

ତେବେ ଲିଭର ସିରୋସିସ୍ କ’ଣ, ଏହାର କାରଣ କ’ଣ ଓ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #LiverDisease #LiverCirrhosis #Causes #Treatment #HealthyLife #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here