ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ ବିଭିନ୍ନ ରୋଗର କାରଣ ପାଲଟୁଛି। ଏଥିରୁ ଗୋଟିଏ ହେଉଛି ଡାଏବେଟିସ୍ ବା ମଧୁମେହ। ଡାଏବେଟିସ୍ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି।

ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହି ରୋଗକୁ କେବଳ ଔଷଧ ଖାଇ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ଆପଣେଇବା।

ତେବେ ବର୍ତ୍ତମାନ ସମୟରେ କାହିଁକି ବଢ଼ୁଛି ଡାଏବେଟିସ୍, ଡାଏବେଟିସ୍ ହୋଇଛି କି ନାହିଁ କେମିତି ଜାଣିବେ, ଗର୍ଭାବସ୍ଥାରେ ଡାଏବେଟିସ୍ ହେଲେ କ’ଣ କରିବେ, ଅନିୟନ୍ତ୍ରିତ ଡାଏବେଟିସ୍ ଯୋଗୁ କେଉଁ ସମସ୍ୟା ହୋଇପାରେ, ଡାଏବେଟିସର ଚିକିତ୍ସା କିପରି କରାଯାଏ, ଡାଏବେଟିସ୍‌କୁ ନେଇ ଏପରି ଅନେକ ପ୍ରଶ୍ନ ମନକୁ ଆସେ। ଏ ସମସ୍ତ ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #Causes #Treatment #HealthyLife #OdiaHealthTips #DoctorAdvice

Comment