ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସାଧାରଣତଃ ଅଷ୍ଟିଓ ଆର୍ଥ୍ରାଇଟିସ୍ ବା ଆଣ୍ଠୁଜନିତ ଗଣ୍ଠିବାତ ହେଉଛି ବୟସ ଜନିତ ସମସ୍ୟା। ହେଲେ ବର୍ତ୍ତମାନ ସମୟରେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ମଧ୍ୟ ଏହି ସମସ୍ୟା ବଢ଼ିଚାଲିଛି। ପ୍ରାରମ୍ଭିକ ଅବସ୍ଥାରୁ ଏହାର ଚିକିତ୍ସା କରାଗଲେ ସର୍ଜରୀ ଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ବୋଲି ଡାକ୍ତର କୁହନ୍ତି।
ତେବେ ଅଷ୍ଟିଓ ଆର୍ଥ୍ରାଇଟିସ୍ କ’ଣ, ଏହା କାହିଁକି ହୁଏ, ଏହାର ଲକ୍ଷଣକୁ କିପରି ଚିହ୍ନିବେ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Asteoarthritis #Causes #Treatment #OdiaHealthTips #DoctorAdvice















