ଓଡ଼ିଶାଲାଇଭ୍ ବ୍ୟୁରୋ

ଓଜେଏସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସୋମେଶ ରଣବିଜୁଳି। ପ୍ରଥମରୁ ସେ ଜୁଡିସିଆଲ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ। ୨୦୧୯ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ଖଣ୍ଡପଡ଼ା ତହସିଲ୍‌ଦାର ଭାବରେ କାର୍ଯ୍ୟରତ ସୋମେଶ।

ଚାକିରି ସହିତ ପାଠପଢ଼ା ସୋମେଶଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ। କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ଯୋଗୁଁ ଓଜେଏସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି।

 ଓଜେଏସ୍ ପରୀକ୍ଷା ପାଇଁ ତାଙ୍କ ପ୍ରସ୍ତୁତି ଓ ସଫଳତା ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି ସୋମେଶ ରଣବିଜୁଳି। ଦେଖନ୍ତୁ ଭିଡିଓ।

Tags: #SomeshRanabijuli #OJSTopper #Career #Interview #Odisha

Comment