ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ଵାଳ ଶୁକ୍ରବାର ଦିନ ଅବସର ଗ୍ରହଣ କରିଛନ୍ତି।
ଏହି ଅବସରରେ ଓରେରା ସମ୍ମିଳନୀ କକ୍ଷଠାରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକାରୀ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବକ୍ତାମାନେ ପ୍ରଦୀପ ବିଶ୍ଵାଳଙ୍କ ଅବଦାନ ସମ୍ପର୍କରେ ମତ ରଖିଥିଲେ।
ଓରେରା ପକ୍ଷରୁ ପ୍ରଦୀପ କୁମାର ବିଶ୍ଵାଳଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ।
ଓରେରା ବାର ଆସୋସିଏସନର ସଦସ୍ୟମାନେ ମଧ୍ୟ ଏହି ଅବସରରେ ପ୍ରଦୀପ କୁମାର ବିଶ୍ଵାଳଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିକ କରିଥିଲେ। ଶେଷରେ ଯୁଗ୍ମ ସଚିବ ଦୀପକ କୁମାର ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଦୀପ କୁମାର ବିଶ୍ଵାଳ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ଅବସ୍ଥାପିତ ହୋଇ ନିଜର କାର୍ଯ୍ୟଦକ୍ଷତା ପାଇଁ ସୁନାମ ଅର୍ଜନ କରିଛନ୍ତି। ଜଣେ ଆଗ ଧାଡ଼ିର କବି ଭାବରେ ମଧ୍ୟ ସେ ବେଶ ଜଣାଶୁଣା।
Tags: #PradeepKumarBiswal #Retirement #ORERA #RealEstate #Bhubaneswar #Odisha


















