ଓଡ଼ିଶାଲାଇଭ୍ ବ୍ୟୁରୋ
ପଣ୍ଡିତ ନୀଳକଣ୍ଠ ଦାସଙ୍କ ପିଲାଦିନର କଥା। ସେତେବେଳେ ସେ ପୁରୀରେ ରହି ପାଠ ପଢ଼ୁଥାନ୍ତି। ଲଣ୍ଠନ ମଧ୍ୟ ନଥାଏ। ଡିବିରି ଆଲୁଅରେ ପିଲାମାନେ ପାଠ ପଢ଼ୁଥାନ୍ତି। ପରୀକ୍ଷା ବେଳେ, ରାତିରେ ନିଦ ଲାଗି ଯାଉଛି।
ନୀଳକଣ୍ଠଙ୍କ ପଢ଼ା ସାଙ୍ଗ ବଳଭଦ୍ରପୁରର ଜଗନ୍ନାଥ ବାଟ କଢ଼େଇ ଦେଲେ। ‘‘ନୀଳକଣ୍ଠ, ଟିକେ ଅଫିମ ଆଣି ତାକୁ ଅଳ୍ପ ନିଆଁରେ ଦେଖାଇ ଚାଟି ଦେଲେ ନିଦ ଲାଗିବ ନାହିଁ। ପଢ଼ିବାରେ ଭାରି ମନ ଲାଗିବ।
ଛାତ୍ର ନୀଳକଣ୍ଠ, ସେଦିନ ଅଧଲାକର ଅଫିମ କିଣି ଆଣିଲେ। ଟିକେ ଅଫିମକୁ ଦିଆସିଲି କାଠିର ପଛପଟେ ଲଗାଇ ଡିବିରିରେ ନିଆଁକୁ ଦେଖାଇଦେଲେ। ଅଫିମ ଭଡ୍ ଭଡ୍ ହୋଇ ଫୁଟିଗଲା। ନୀଳକଣ୍ଠ ତାକୁ ଆଣି ପାଟିରେ ପୂରାଇ ଚାଟିଦେଲେ।
ଓଃ, କି ପିତା! ପୁଣି ଡିବିରି କଳା ସାଙ୍ଗକୁ କିରୋସିନି ଗନ୍ଧ। ପାଟିରୁ ପିତା ଛଡ଼ାଇବାକୁ ସେ ଚୁଡ଼ାଭଜା ଆଣି ଚୋବାଇ ପକାଇଲେ।
ନୀଳକଣ୍ଠ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି। ‘‘ସେଦିନ ରାତିରେ ପାଠପଢ଼ା ହେଲା ନାଇଁ। ଏବେକାର ସମୟ ହୋଇଥିଲେ, ସେ ରାତି ଅଧରେ ଡାକ୍ତର ଡକା ହୋଇଥାନ୍ତା’’।
Tags: #PanditNilakanthaDas #PuriZilaSchool #ViralReels










