ଓଡ଼ିଶାଲାଇଭ୍ ବ୍ୟୁରୋ

ପହଲଗାମର ବର୍ବର ଆକ୍ରମଣ ପରେ ସାରା ଦେଶରେ ଜଳୁଥିଲା ପ୍ରତିଶୋଧର ନିଆଁ। ଯେପରି ଭାବେ ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ଵାମୀଙ୍କୁ ହତ୍ୟା କରାଯାଇଥିଲା, ସେମାନଙ୍କ ମଥାରୁ ସିନ୍ଦୂର ପୋଛି ଦିଆଯାଇଥିଲା, ତା’ର ଜବାବ ଦେଇଛି ଭାରତ।

ଲୋକଙ୍କ ଭାବାବେଗକୁ ଦେଖି ପ୍ରତିଶୋଧର ଏହି ଅପରେସନକୁ ‘ଅପରେସନ୍ ସିନ୍ଦୁର’ ନାଁ ଦେବା ପାଇଁ ସେନାକୁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେନା ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ‘ଅପରେସନ୍ ସିନ୍ଦୂର’କୁ ସଫଳ କରିଛି। ଭାରତର ପରାକ୍ରମ ଦେଖି ହତବାକ ହୋଇଯାଇଛି ପାକିସ୍ତାନ।

ପାକିସ୍ତାନର ସୁରକ୍ଷା ବଳୟ ଭେଦ କରି ଆତଙ୍କୀ ଆଡ୍ଡାକୁ ଉଡ଼ାଇ ଦେଇଛି ଭାରତ। ଏଥିରେ ଶତାଧିକ ମୃତାହତ ହୋଇଥିବା କୁହାଯାଉଛି। ପ୍ରତିଶୋଧ ନେବା ପରେ ଭାରତୀୟ ସେନା ପକ୍ଷରୁ ‘ଏକ୍ସ’ ହ୍ୟାଣ୍ଡେଲରେ ‘ଅପରେସନ୍ ସିନ୍ଦୂର’ ସହ ଲେଖାଯାଇଛି – ଜଷ୍ଟିସ୍ ଇଜ୍ ସର୍ଭଡ୍ – ଜୟ ହିନ୍ଦ୍। 

Tags: #OprationSindoor #jammukashmir #pahalgam #airstrike #indianarmy

Comment