ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍‌ ଆୟୋଜିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା।

ଏନଏସଏସ ବ୍ୟୁରୋର କାର୍ଯ୍ୟକ୍ରମ ସମନ୍ୱୟକ ପ୍ରଫେସର ଅମୂଲ୍ୟ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ ଏବଂ ଅଂଶଗ୍ରହଣକାରୀଙ୍କୁ ଏହାର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ପିଇଓ ସଂଗ୍ରାମ ବିଶୋଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ମକ୍ ଡ୍ରିଲ୍‌ରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ପ୍ରତିମା ପ୍ରଧାନ କାର୍ଯ୍ୟକ୍ରମଟି ସଞ୍ଚାଳନ କରିଥିବାବେଳେ ଡକ୍ଟର ଅଭୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #CivilDefenceMockDrill #FMUniversity #Balasore #Odisha

Civil Defence Mock Drill, FM University, Balasore, Odisha

Comment