ଓଡ଼ିଶାଲାଇଭ୍ ବ୍ୟୁରୋ
ଘରଭଡ଼ା ରାତିକୁ ୭୫ ହଜାର! ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ସତ, ହେଲେ ଏମିତି ଏକ ଘର ରହିଛି ଗୋଆରେ।
ଗୋଆର ସାଲିଭାଓଠାରେ ବଲିଉଡ ଅଭିନେତା ଅର୍ଶଦ ଓ୍ଵାର୍ସିଙ୍କର ଗୋଟିଏ ଦେଢ଼ ଶହ ବର୍ଷ ପୁରୁଣା ପର୍ତ୍ତୁଗିଜ୍ ବଙ୍ଗଳା ରହିଛି। ଏହି ବଙ୍ଗଳାରେ ରହିବାକୁ ଚାହୁଁଥିଲେ ଗୋଟିଏ ରାତିକୁ ଭଡ଼ା ଦେବାକୁ ପଡ଼ିବ ୭୫ ହଜାର ଟଙ୍କା।
ଏହି ବଙ୍ଗଳାଟିର ନାଁ ‘କାସା ଜେନ’। ୫ଟି ବେଡରୁମ ବିଶିଷ୍ଟ ଏହି ବଙ୍ଗଳା ଦେଖିବାକୁ ବେଶ ଆକର୍ଷଣୀୟ। ବଙ୍ଗଳା ଭିତରେ ରହିଛି ବଡ଼ ସୁଇମିଂ ପୁଲ। ବଙ୍ଗଳା ଚତୁଃପାର୍ଶ୍ଵ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଛି।
ଏହି ବଙ୍ଗଳାର ଆନ୍ୟତମ ଆକର୍ଷଣ ହେଉଛି ଏହାର ଉଚ୍ଚା ଛାତ, ବଡ଼ ବଡ଼ ଖମ୍ବ, କାଠର ଝରକା ସହ ଘରେ ଶୋଭା ପାଉଥିବା ପର୍ତ୍ତୁଗିଜ୍ କଳାକୃତି। ଡାଇନିଂ ରୁମକୁ ଜଙ୍ଗଲ ଥିମରେ ସଜ୍ଜା ଯାଇଛି। ନିକଟରେ କିଛି ବଲିଉଡ୍ ତାରକାଙ୍କୁ ନିଜର ଏହି ବଙ୍ଗଳା ଦେଖାଇଥିଲେ ଅର୍ଶଦ ଓ୍ଵାର୍ସି।
Tags: #ArshadWarsi #LuxuryVilla #PortugueseVilla #Goa









